ଦୁର୍ନୀତିଗ୍ରସ୍ତ ଅବକାରୀ ଅଧିକାରୀ ଚାକିରିରୁ ବିଦା | News Room Odisha

ଦୁର୍ନୀତିଗ୍ରସ୍ତ ଅବକାରୀ ଅଧିକାରୀ ଚାକିରିରୁ ବିଦା

କଟକ – ଦୁର୍ନୀତି ଓ ଭ୍ରଷ୍ଟାଚାରରେ ସଂପୃକ୍ତ ଥିବା ଅଭିଯୋଗରେ ଜଣେ ଅବକାରୀ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । କଟକ ଜିଲ୍ଲା ଅବକାରୀ ଏଏସଆଇ ନିରଞ୍ଜନ ଖଟୁଆ ବେଆଇନ ମଦ ବେପାରୀଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଏଥିସହ ଅନେକ ଅସାଧୁ କାର୍ଯ୍ୟକଳାପରେ ନିରଞ୍ଜନଙ୍କ ସଂପୃକ୍ତି ନେଇ ଅଭିଯୋଗ ହୋଇଆସୁଥିଲା । ଓଡ଼ିଶା ଅବକାରୀ କମିଶନର ନରସିଂହ ଭୋଳ ନିରଞ୍ଜନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଚାକିରିରୁ ତାଙ୍କୁ ବରଖାସ୍ତ କରିଛନ୍ତି। ପୂର୍ବରୁ ବେପାରୀଙ୍କ ସହ ମଦ ପିଇ ସେ ନିଲମ୍ବିତ ମଧ୍ୟ ହୋଇଥିଲେ ।