ଜାତୀୟ କ୍ରୀଡା : ନୌଚାଳନାରେ ଓଡ଼ିଶାକୁ ଗୋଟିଏ ସ୍ୱର୍ଣ୍ଣ ସମେତ ୩ ପଦକ  | News Room Odisha

ଜାତୀୟ କ୍ରୀଡା : ନୌଚାଳନାରେ ଓଡ଼ିଶାକୁ ଗୋଟିଏ ସ୍ୱର୍ଣ୍ଣ ସମେତ ୩ ପଦକ 

ପାଣାଜୀ – ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡାରେ ଓଡ଼ିଶାର ନୈ।ଚାଳକ ସଘନଦୀପ ସିଂହ ଓ ସଂଯୁକ୍ତା ଡୁଙ୍ଗଡୁଙ୍ଗ ସି ମିକ୍ସ ଡବଲ ସ୍କଲ୍ସ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। କେ୪ଏମ୍ -୫୦୦ ମିଟର ଇଭେଣ୍ଟରେ ଓଡ଼ିଶାକୁ ରୌପ୍ୟ ପଦକ ମିଳିଛି। ଟି. ଏଙ୍ଗସେପମ, ଥୋଙ୍ଗମ ରାହୁଲ ସିଂହ, କେ. ନାନାଓ ମୈତେୟୀ, ସୁରଜ ବିଜାଲେ ଏହି ଇଭେଣ୍ଟରେ ଓଡ଼ିଶା ପାଇଁ ରୌପ୍ୟ ପଦକ ଜିତିଛନ୍ତି।

ମହିଳା କେ୪ ୫୦୦ ମିଟର ଇଭେଣ୍ଟରେ ମଧ୍ୟ ଓଡ଼ିଶାକୁ ପଦକ ମିଳିଛି। ଓଡ଼ିଶାର ଅଇନମ ବିଦ୍ୟା ଦେବୀ, ଶ୍ରୁତି ଚୁଗଲେ, ରୋଜି ଦେବୀ ଓ ଫୁଲମଣି ସାସା ଏହି ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି।