ପଞ୍ଚଭୂତରେ ବିଲୀନ ହେଲା ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର | News Room Odisha

ପଞ୍ଚଭୂତରେ ବିଲୀନ ହେଲା ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର

ପୁରୀ- ପଞ୍ଚଭୂତରେ ବିଲୀନ ହୋଇଛି ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର । ଶୋକାକୁଳ ପରିବେଶରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ବଡ଼ପୁଅ ସୁନୀଲ ମହାନ୍ତି ମୁଖାଗ୍ନି ଦେଇଥିଲେ । ଅନ୍ତିମ ସତ୍କାର ବେଳେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ, ବିଜେଡିର ଅନ୍ୟ ବିଧାୟକ, ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ପୂର୍ବରୁ ମହେଶ୍ବର ମହାନ୍ତିଙ୍କ ପାର୍ଥିବ ଶରୀର ଭୁବନେଶ୍ବରରୁ ପ୍ରଥମେ ପୁରୀ ଜିଲ୍ଲାକୋର୍ଟ ଓ ପରେ ବାସଭବନକୁ ନିଆଯାଇଥିଲା । ସେଠାରେ ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଓ ପାଖ ପଡୋଶୀ ଶେଷ ଦର୍ଶନ କରିଥିଲେ। ଏହାପରେ ପାର୍ଥିବ ଶରୀର ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ କିଛି ସମୟ ରଖାଗଲା ପରେ ସ୍ବର୍ଗଦ୍ବାର ନିଆଯାଇଥିଲା ।

ପୁରୀରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ପୂର୍ବତନ ବାଚସ୍ପତି ଓ ମନ୍ତ୍ରୀ ବରିଷ୍ଠ ମହେଶ୍ବର ମହାନ୍ତି କିଛିଦିନ ଧରି ଗୁରୁତର ଅସୁସ୍ଥ ରହିବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ଆଖି ବୁଜିଥିଲେ ।