ରାଜ୍ୟସ୍ତରୀୟ ଶିଶୁ ଉତ୍ସବ : ଦ୍ୱିତୀୟ ଦିନରେ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ | News Room Odisha

ରାଜ୍ୟସ୍ତରୀୟ ଶିଶୁ ଉତ୍ସବ : ଦ୍ୱିତୀୟ ଦିନରେ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ

ଭୁବନେଶ୍ୱର – ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ ମହକ’ର ଆଜି ଥିଲା ଦ୍ୱିତୀୟ ଦିବସ । ଦ୍ୱିତୀୟ ଦିନରେ ପୁରସ୍କାର ବିତରଣ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶୁଭ ଶର୍ମା ଉପସ୍ଥିତ ରହି ପିଲାମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଆଜିର ମୁଖ୍ୟ ଆକର୍ଷଣ ଥିଲେ ଓଲିଉଡର ଗାୟିକା ଦୀପ୍ତି ରେଖା ପାଢ଼ୀ ଏବଂ ଅଭିନେତା ସ୍ୱରାଜ ବାରିକ ।ରାଜ୍ୟର ୨୨୮ ଶିଶୁ ଅନୁଷ୍ଠାନରୁ ଆସିଥିବା ୫୧୧ ପ୍ରତିଯୋଗୀମାନଙ୍କ ମଧ୍ୟରୁ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୩୪ ଜଣ ଜିଲ୍ଲାସ୍ତରୀୟ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା । ସଙ୍ଗୀତ , ଗ୍ରୁପ ଡାନ୍ସ , ବିତର୍କ , ଚିତ୍ର ଓ କୁଇଜ ଆଦି ବିଭିନ୍ନ ବିଭାଗରେ ଏହି ୩୪ ଜଣ ବିଜେତାଙ୍କ ମଧ୍ୟରୁ ୧୬ ଜଣ ସିନିୟର ଓ ୧୮ ଜଣ ଜୁନିଅର ବର୍ଗର ବିଜେତା ଅଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଗୀତାରାଣୀ ପଟ୍ଟନାୟକ ସମ୍ମାନିତ ଅତିଥିମାନଙ୍କୁ ମଞ୍ଚକୁ ସ୍ଵାଗତ କରିଥିଲେ ଏବଂ ଶିଶୁ ସୁରକ୍ଷା ସମିତିର ପ୍ରବନ୍ଧକ ପ୍ରୀତିକାନ୍ତ ପଣ୍ଡା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।