ଛତିଶଗଡ଼ରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଓଡ଼ିଆ ବିଏସଏଫର ଯବାନ ସହିଦ | News Room Odisha

ଛତିଶଗଡ଼ରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଓଡ଼ିଆ ବିଏସଏଫର ଯବାନ ସହିଦ

ଭୁବନେଶ୍ୱର – ଛତିଶଗଡ଼ରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ବିଏସଏଫରେ କାର୍ଯ୍ୟରତ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ଜଣଙ୍କ ହେଲେ ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗ୍ରାମର ପ୍ରକାଶ ଚନ୍ଦ୍ର ସିଆଲ। ଗତକାଲି ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ପୋଲିଂ ପାର୍ଟିର ସୁରକ୍ଷା ପାଇଁ ଅନ୍ୟ ଯବାନଙ୍କ ସହ ପ୍ରକାଶ ଗାଡ଼ିରେ ଯାଉଥିଲେ। ମାଲକାନଗିରି ସୀମାନ୍ତ କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ ପ୍ରକାଶ। ତାଙ୍କୁ ରାୟପୁର ହସପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।