ଆଜି ସୁନ୍ଦରଗଡ଼, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଶୁଭାରମ୍ଭ ହେବ 'ଆମ ଓଡ଼ିଶା ନବୀନ ଓଡ଼ିଶା' | News Room Odisha

ଆଜି ସୁନ୍ଦରଗଡ଼, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଶୁଭାରମ୍ଭ ହେବ ‘ଆମ ଓଡ଼ିଶା ନବୀନ ଓଡ଼ିଶା’

ଭୁବନେଶ୍ୱର – ଗ୍ରାମାଞ୍ଚଳ ରୂପାନ୍ତରଣ ପାଇଁ ରାଜ୍ୟ ସରକାରଙ୍କ ମହତ୍ତ୍ଵାକାଂକ୍ଷୀ ଆମ ଓଡ଼ିଶା ନବୀନ ଓଡ଼ିଶାରେ ଆଜି ତିନିଟି ଜିଲ୍ଲାକୁ ସାମିଲ କରାଯିବ। ସୁନ୍ଦରଗଡ଼, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ କାର୍ଯ୍ୟକାରୀ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା । ଏହି ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ତିନିଟି ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ।

ସୁନ୍ଦରଗଡ଼ ଜିଲ୍ଲାରେ ୧୩୯ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୧୬ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଢେଙ୍କାନାଳ ଜିଲ୍ଲାରେ ୧୦୬ କୋଟି ଟଙ୍କା ବ୍ୟୟରେ ୩ ହଜାର ୫୩ଟି ଓ ବୌଦ୍ଧ ଜିଲ୍ଲାରେ ୩୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୧ ହଜାର ୧୫୯ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ