ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ହ୍ରାସ  | News Room Odisha

ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ହ୍ରାସ 

ଭୁବନେଶ୍ୱର – ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ବିଭିନ୍ନ ସ୍ଥାନରେ ପାରଦ ୨ ରୁ ୩ ଡିଗ୍ରୀ ସେଲସିୟସ ଯାଏଁ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ସମତଳ ଅଞ୍ଚଳ ମଧ୍ୟରେ କିରେଇରେ ରାତି ତାପମାତ୍ରା ୧୨.୭ ଡିଗ୍ରୀ ସେଲସିୟସ ଓ ଫୁଲବାଣୀରେ ୧୩ ଡିଗ୍ରୀ ସେଲସିୟସ ରହିଥିଲା ।

ପାହାଡିଆ ଅଞ୍ଚଳ ମଧ୍ୟରେ କୋରାପୁଟରେ ୧୩ ଡିଗ୍ରୀ ସେଲସିୟସ ଏବଂ ଜି.ଉଦୟଗିରି ରେ ୧୩.୨ ଡିଗ୍ରୀ ସେଲସିୟସ ରାତି ତାପମାତ୍ରା ରେକର୍ଡ କରାଯାଇଛି।

ଗତ ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି ।