ମହିଳା ସାମ୍ବାଦିକଙ୍କୁ ମାଡ ମାମଲାରେ ପ୍ରଯୋଜକ ଟୁଟୁଙ୍କୁ ଜାମିନ | News Room Odisha

ମହିଳା ସାମ୍ବାଦିକଙ୍କୁ ମାଡ ମାମଲାରେ ପ୍ରଯୋଜକ ଟୁଟୁଙ୍କୁ ଜାମିନ

ଭୁବନେଶ୍ୱର: ଜଣେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ମାମଲାରେ ଗିରଫ ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କୁ ଆଜି ଜାମିନ ମିଳିଛି । ଆଜି ଭୁବନେଶ୍ବର ଏସଡିଜେଏମ୍ କୋର୍ଟ ଟୁଟୁଙ୍କୁ ଜାମିନ ପ୍ରଦାନ କରିଛନ୍ତି | ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ଦିଆଯାଇଛି | ଗତ ଶୁକ୍ରବାର ମହିଳା ସାମ୍ବାଦିକଙ୍କୁ ଟୁଟୁ ନାୟକ ମାଡ ମାରିବା ଅଭିଯୋଗ ହୋଇଥିଲା। ଟୁଟୁ ନାୟକଙ୍କୁ ଖାରବେଳ ନଗର ଥାନା ପୋଲିସ ଗିରଫ କରି ଗତ ଶନିବାର କୋର୍ଟ ଚାଲାଣ କରିଥିଲା। ଏହାପରେ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ |