ଜାତୀୟ କ୍ରୀଡା ସାଇକ୍ଲିଂ: ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ସ୍ୱସ୍ତି ସିଂହ | News Room Odisha

ଜାତୀୟ କ୍ରୀଡା ସାଇକ୍ଲିଂ: ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ସ୍ୱସ୍ତି ସିଂହ

ପାଣାଜୀ – ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡାରେ ଓଡ଼ିଶାର ସାଇକ୍ଲିଷ୍ଟ ସ୍ୱସ୍ତି ସିଂହଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି। ମହିଳା ୭୫ କିଲୋମିଟର ମାସ୍ ଷ୍ଟାର୍ଟ ରୋଡ୍ ସାଇକ୍ଲିଂରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ସ୍ୱସ୍ତି ସିଂହ। ଗୋଆ ଜାତୀୟ କ୍ରୀଡାରେ ସ୍ୱସ୍ତିଙ୍କ ଏହା ହେଉଛି ତୃତୀୟ ପଦକ । ପୂର୍ବରୁ ସ୍ୱସ୍ତି ମହିଳା ସାଇକ୍ଲିଂର ଅନ୍ୟ ତିନିଟି ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଗୋଟିଏ ସ୍ୱର୍ଣ୍ଣ ସହ ସେ ମୋଟ ୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ସାଇକ୍ଲିଂରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାଉରକେଲା ଝିଅ ସ୍ୱସ୍ତିଙ୍କୁ ରାଜ୍ୟ ସରକାର ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଛନ୍ତି। ଆସନ୍ତା ଏସିଆନ ଟ୍ରାକ୍ ସାଇକ୍ଲିଂ ଚାମ୍ପିୟନସିପ ପାଇଁ ସ୍ୱସ୍ତି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।