ସମ୍ବଲପୁର ନିକଟରେ ମେମୁ ଟ୍ରେନ ଲାଇନଚ୍ୟୁତ | News Room Odisha

ସମ୍ବଲପୁର ନିକଟରେ ମେମୁ ଟ୍ରେନ ଲାଇନଚ୍ୟୁତ

ସମ୍ବଲପୁର – ଆଉ ଏକ ଟ୍ରେନ ଦୁର୍ଘଟଣା। ସୌଭାଗ୍ୟବଶତଃ କିଛି କ୍ଷୟକ୍ଷତି ହୋଇନାହିଁ। ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ଏକ ମେମୁ ଟ୍ରେନ ଆଜି ସଂଧ୍ୟାରେ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ଟି ସରଲା ନିକଟରେ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଏକ ମଇଁଷିକୁ ଧକ୍କା ଦେଇ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନର ୪ ନମ୍ବର ବଗି ରେଳ ଧାରଣାରୁ ଖସିପଡିଥିବା ଡିଆରଏମ କହିଛନ୍ତି। ଲାଇନଚ୍ୟୁତ ହୋଇଥିବା ବଗିରେ ପ୍ରାୟ ୨୦୦ ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି।

ଦୁର୍ଘଟଣା ହୋଇଥିବା ବଗିକୁ ଅଲଗା କରାଗଲା ପରେ ଟ୍ରେନ୍‌ଟି ସମ୍ୱଲପୁର ଅଭିମୁଖେ ଯାତ୍ରା କରିଛି । ଟ୍ରେନ ମାଡରେ ମଇଁଷିର ମୃତ୍ୟୁ ଘଟିଛି। ଦୁଇ ଘଣ୍ଟା ମଧ୍ୟରେ ଲାଇନଚ୍ୟୁତ ବଗିକୁ ରେଳ ଧାରଣାରୁ ହଟାଯିବ ବୋଲି ଡିଆରଏମ ସୂଚନା ଦେଇଛନ୍ତି।