ଓର୍ମାସ୍‌-ମିଶନ ଶକ୍ତି ପକ୍ଷରୁ ‘ଆମର୍‌ ଦରବ୍‌’ ଉଦ୍‌ଘାଟିତ | News Room Odisha

ଓର୍ମାସ୍‌-ମିଶନ ଶକ୍ତି ପକ୍ଷରୁ ‘ଆମର୍‌ ଦରବ୍‌’ ଉଦ୍‌ଘାଟିତ

ବରଗଡ଼: ବରଗଡ଼ ଏସ୍‌ପି ଅଫିସ୍ ସମ୍ମୁଖରେ ଓର୍ମାସ ଆଉ ମିଶନ ଶକ୍ତି ପକ୍ଷରୁ ମିଳିତ ଭାବରେ ଏକ ଅସ୍ଥାୟୀ ଷ୍ଟଲକୁ ଉଦ୍‌ଘାଟନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନିଷା ବାନାର୍ଜୀ, ଜିଲ୍ଲା ଉନ୍ନୟନ ପ୍ରକଳ୍ପ ଅଧିକାରୀ ଆଦିତ୍ୟ ଗୋୟଲ୍ ଯୋଗ ଦେଇଥ଄ଲେ। ମିଶନ ଶକ୍ତି ମା’ମାନେ ମାଟିରେ ନିର୍ମିତ ଦୀପ, ଧୂପଦାନି, କଳସ ସହ ଲସ୍ତଲା ମିଠା, ଠେଠୀରି, ଧୂପକାଠି ଇତ୍ୟାଦି ଜିନିଷ ବିକ୍ରି ପାଇଁ ରଖିଛନ୍ତି। କୁଶଳୀ କାରିଗରଙ୍କ ଦ୍ବାରା ନିର୍ମିତ ଜିନିଷ ଚାହିଦା ଥିବା ବେଳେ ଏବେ ବେଶ୍ ବିକ୍ରି ହେଉଥିବାର ଦେଖା ଯାଇଥିଲା। ପ୍ରତ୍ୟେକ ଜିନିଷ ଖୁବ୍ ସୁନ୍ଦର୍ ଭାବରେ ରଙ୍ଗୀନ କରି ଆକର୍ଷଣୀୟ କରିବା ସହ ଦାମ ମଧ୍ୟ କମ ରଖା ଯାଇଛି ବୋଲି ମିଶନ ଶକ୍ତି ଜିଲ୍ଲା ସଭାପତି ଝରଣା ଦାସ କହିଛନ୍ତି।

ଏହି ‘ଆମର ଦରବ’ ଷ୍ଟଲ ଉଦ୍‌ଘାଟନ ସମୟରେ ଓରମାସ୍ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ ଦାସ, ଓରମାସ ଜିଲ୍ଲା ପ୍ରୋଗ୍ରାମ ମେନେଜର ଶଙ୍କର ଚଲାନ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ଉପସ୍ଥିତ ଥିଲେ।