ରାଜ୍ୟରେ ବଢୁଛି ଶୀତ, ଜି. ଉଦୟଗିରିରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଲା | News Room Odisha

ରାଜ୍ୟରେ ବଢୁଛି ଶୀତ, ଜି. ଉଦୟଗିରିରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଲା

ଭୁବନେଶ୍ୱର – ରାଜ୍ୟର କିଛି ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହେଉଛି । ପାଣିପାଗରେ ପରିବର୍ତ୍ତନ ହୋଇଛି। କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, କଳାହାଣ୍ଡି, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାରେ ଅପେକ୍ଷାକୃତ ଅଧିକ ଥଣ୍ଡା ଅନୁଭୂତ ହେଉଛି। କନ୍ଧମାଳ ଜିଲ୍ଲାରେ ୧୦ ଡିଗ୍ରୀ ତଳକୁ ହ୍ରାସ ପାଇଛି ରାତି ତାପମାତ୍ରା। ଜିଲ୍ଲାର ଜି. ଉଦୟଗିରିରେ ରାତି ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। କୋରାପୁଟରେ ୧୧.୫, ସେମିଳିଗୁଡାରେ ୧୧.୫, ଫୁଲବାଣୀରେ ୧୨, ଦାରିଙ୍ଗବାଡିରେ ୧୨.୫, କିରେଇରେ ୧୩.୨,
କେନ୍ଦୁଝରରେ ୧୪.୮, ଭବାନୀପାଟଣାରେ ୧୫, ହୀରାକୁଦରେ ୧୫.୧ ଓ ଝାରସୁଗୁଡାରେ ୧୫.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।