ଆସନ୍ତା ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | News Room Odisha

ଆସନ୍ତା ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ – ଚଳିତ ମାସ ୨୭ ତାରିଖରେ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏ ନେଇ ରାଷ୍ଟ୍ରପତିଙ୍କ ଭବନରୁ ପକ୍ଷରୁ ସୂଚନା ମିଳିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୭ ତାରିଖ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ୩୦ ମିନିଟ ପର୍ଯ୍ୟନ୍ତ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ରହିବେ। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଓଡ଼ିଆ ଜାତିର ଅନନ୍ୟ ପରମ୍ପରା ତଥା ସାତ ସାଧବ ପୁଅଙ୍କ ବୀରତ୍ୱ ଗାଥା ବହନ କରୁଥିବା ଏହି ବୋଇତ ବନ୍ଦାଣ ଉତ୍ସବ ପ୍ରତିବର୍ଷ ପାଳନ କରୁଛନ୍ତି।