ଓଡ଼ିଶାରେ ପ୍ରଥମ : ଏନଡିପିଏସ ମାମଲାରେ ନାବାଳକ ଦୋଷୀ ସାବ୍ୟସ୍ତ | News Room Odisha

ଓଡ଼ିଶାରେ ପ୍ରଥମ : ଏନଡିପିଏସ ମାମଲାରେ ନାବାଳକ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର – ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ନାବାଳକଙ୍କୁ ବ୍ରାଉନସୁଗର ଜବତ ମାମଲାରେ ଏନଡିପିଏସ ଆକ୍ଟ ଅନୁସାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଖୋର୍ଦ୍ଧା ଜୁଭେନାଇଲ ଜଷ୍ଟିସ ବୋର୍ଡ ଙ୍କ କୋର୍ଟ ଜଣେ ନାବାଳକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀ ସାବ୍ୟସ୍ତ ନାବାଳକଙ୍କୁ ତିନି ବର୍ଷ ପାଇଁ ବ୍ରହ୍ମପୁର ସ୍ପେଶାଲ ହୋମ୍ ପଠାଇ ଦେଇଛନ୍ତି କୋର୍ଟ । ଏନଡିପିଏସ ମାମଲାରେ ନାବାଳକ ଦଣ୍ଡିତ ହେବା ସମ୍ଭବତଃ ଓଡ଼ିଶାରେ ପ୍ରଥମ ଘଟଣା । ସୂଚନାଯୋଗ୍ୟ ଯେ, ୨୦୨୧ରେ ସଂପୃକ୍ତ ନାବାଳକ ୧ ହଜାର ୨୬୮ ଗ୍ରାମ ବ୍ରାଉନସୁଗର ସହ ଧରାପଡ଼ିଥିଲା । ନାବାଳକଙ୍କ ସହ ଅନ୍ୟ ତିନିଜଣ ମଧ୍ୟ ଏହି ଘଟଣାରେ ଏସଟିଏଫ ଦ୍ୱାରା ଗିରଫ ହୋଇଥିଲେ ।