ଜୟନ୍ତୀରେ ମାୟାଧର ମାନସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

ଜୟନ୍ତୀରେ ମାୟାଧର ମାନସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ହେଉଛି ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ସାରସ୍ୱତ ସାଧକ ଡକ୍ଟର ମାୟାଧର ମାନସିଂହଙ୍କ ଜୟନ୍ତୀ । ଏହି ମହାନ ସାରସ୍ଵତ ସାଧକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଡକ୍ଟର ମାୟାଧର ମାନସିଂହଙ୍କ ରଚିତ କାଳଜୟୀ କାବ୍ୟକୃତି, ନାଟକ, ପ୍ରବନ୍ଧ ଆଦି ଓଡ଼ିଆ ସାହିତ୍ୟର ଅନନ୍ୟ ବିଭବ। ଓଡ଼ିଆ ସାହିତ୍ୟ ଏବଂ ସଂସ୍କୃତିକୁ ଲୋକପ୍ରିୟ କରିବା ଦିଗରେ ନିଜ ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।