ଉତ୍ତରାଖଣ୍ଡରେ ଭୁଶୁଡ଼ି ପଡିଥିବା ଟନେଲରେ ଫସିଥିବା ଶ୍ରମିକଙ୍କ ମଧ୍ୟରେ ୫ ଓଡ଼ିଆ  | News Room Odisha

ଉତ୍ତରାଖଣ୍ଡରେ ଭୁଶୁଡ଼ି ପଡିଥିବା ଟନେଲରେ ଫସିଥିବା ଶ୍ରମିକଙ୍କ ମଧ୍ୟରେ ୫ ଓଡ଼ିଆ 

ଡେରାଡୁନ – ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଯୋଗୁଁ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଥିବା ସୂଚନା ମିଳିଛି। ଭୁଶୁଡ଼ି ପଡିଥିବା ଟନେଲ ମଧ୍ୟରେ ୪୦ ଜଣ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ଅଛନ୍ତି । ଗତକାଲିଠାରୁ ଫସି ରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ଜଣାପଡିଛି।

ଓଡ଼ିଶାର ଶ୍ରମିକମାନେ ହେଲେ – ତପନ ମଣ୍ଡଳ, ଭଗବାନ ବନ୍ନା , ବିଶେଶ୍ୱର ନାୟକ, ରାଜୁ ନାୟକ ଓ ଧୀରେନ ।

ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ,ଏସଡିଆରଏଫ, ଆଇଟିବିପି ଓ ବିଆରଓ ଯବାନ ସାମିଲ ହୋଇଛନ୍ତି। ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ, ଅମ୍ଳଜାନ ପଠାଯାଉଛି । ରାତିସାରା ଚାଲିଛି ଉଦ୍ଧାର କାର୍ଯ୍ୟ । ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ସେମାନଙ୍କ ସହ ଉଦ୍ଧାରକାରୀ ଦଳ ଯୋଗାଯୋଗ କରିଥିବା ଜଣା ପଡ଼ିଛି । ଗତକାଲି ଭୋର ୪ଟା ବେଳେ ଏହି ଅଘଟଣ ଘଟିଥିଲା । ପ୍ରାୟ ସାଢ଼େ ୪ କିଲୋମିଟର ଲମ୍ବର ଏହି ଟନେଲର ୧୫୦ ମିଟର ଭାଗ ଦବି ଯାଇଥିଲା ।