ଉତ୍ତରକାଶୀ ଟନେଲ ଭୁଶୁଡ଼ିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଉଦବେଗ ପ୍ରକାଶ | News Room Odisha

ଉତ୍ତରକାଶୀ ଟନେଲ ଭୁଶୁଡ଼ିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଉଦବେଗ ପ୍ରକାଶ

ଭୁବନେଶ୍ୱର – ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡିବାରୁ ଓଡ଼ିଆଙ୍କ ସମେତ ଅନେକ ଶ୍ରମିକ ଫସି ରହିଛନ୍ତି। ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଟନେଲରେ ଫସି ରହିଥିବା ସବୁ ଶ୍ରମିକଙ୍କ ନିରାପଦ ଓ ଶୀଘ୍ର ଉଦ୍ଧାର କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।