ଜାପାନ ଆନ୍ତର୍ଜାତିକ ପାରା ବ୍ୟାଡମିଣ୍ଟନରେ ପଦକ ଜିତିଲେ ପ୍ରମୋଦ ଭଗତ ଓ ଦୀପ ରଞ୍ଜନ ବିଷୋୟୀ  | News Room Odisha

ଜାପାନ ଆନ୍ତର୍ଜାତିକ ପାରା ବ୍ୟାଡମିଣ୍ଟନରେ ପଦକ ଜିତିଲେ ପ୍ରମୋଦ ଭଗତ ଓ ଦୀପ ରଞ୍ଜନ ବିଷୋୟୀ 

ଭୁବନେଶ୍ୱର – ଆନ୍ତର୍ଜାତିକ ପାରା ବ୍ୟାଡମିଣ୍ଟନରେ ଓଡିଶା ତାରକା ପ୍ରମୋଦ ଭଗତଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି। ହାଙ୍ଗଝୁ ପାରା ଏସୀୟ କ୍ରୀଡା ବ୍ୟାଡମିଣ୍ଟନରେ ଗୋଟିଏ ସ୍ୱର୍ଣ୍ଣ ସହ ତିନିଟି ପଦକ ଜିତିଥିବା ପ୍ରମୋଦ ଭଗତ ଟୋକିଓରେ ଅନୁଷ୍ଠିତ ଜାପାନ ଆନ୍ତର୍ଜାତିକ ପାରା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ପୁରୁଷ ଏସଏଲ୩ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ ଭଗତ । ଓଡ଼ିଶାର ଉଦୀୟମାନ ପାରା ବ୍ୟାଡମିଣ୍ଟନ ତାରକା ଦୀପ ରଞ୍ଜନ ବିଷୋୟୀ ମଧ୍ୟ ଜାପାନ ଟୁର୍ଣ୍ଣାମେଣ୍ଟରେ ପଦକ ହାସଲ କରି ରାଜ୍ୟକୁ ଗର୍ବିତ କରିଛନ୍ତି । ଏସଏଲ୩ ଓ ଏସଏଲ୪ ଡବଲ୍ସ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି ଦୀପ ରଞ୍ଜନ ବିଷୋୟୀ।