୧୨ଟି ପ୍ରସ୍ତାବକୁ କ୍ୟାବିନେଟର ମୋହର  | News Room Odisha

୧୨ଟି ପ୍ରସ୍ତାବକୁ କ୍ୟାବିନେଟର ମୋହର 

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବ୍ରହ୍ମପୁରରେ ରିଙ୍ଗ ରୋଡ୍ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହାଛଡା ଜାନିବିଲ ଗାଁ ନିକଟ ଋଷିକୂଲ୍ୟା ନଦୀରେ ବ୍ୟାରେଜ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ସହରାଞ୍ଚଳରେ ବିଦ୍ୟୁତ ସେବା ପାଇଁ ନୂଆ ଯୋଜନା କାର୍ଯ୍ୟକାରୀ ପାଇଁ ଶକ୍ତି ବିଭାଗର ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ।

ଆମ ହସ୍ପିଟାଲ ଯୋଜନା ଓ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଫେଜ୍-୧ ଡିପିଆରକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ ।