ବିଶ୍ୱକପ୍‌ରେ ସର୍ବାଧିକ ଛକା ମାରିବାରେ ରୋହିତଙ୍କ ରେକର୍ଡ | News Room Odisha

ବିଶ୍ୱକପ୍‌ରେ ସର୍ବାଧିକ ଛକା ମାରିବାରେ ରୋହିତଙ୍କ ରେକର୍ଡ

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ହିଟମ୍ୟାନ ତଥା ଅଧିନାୟକ ରୋହିତ ଶର୍ମା ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ବିଶ୍ୱକପ ଇତିହାସରେ ସର୍ବାଧିକ ଛକା ମାରିବାରେ ରେକର୍ଡ କରିଛନ୍ତି ରୋହିତ । ଏହି କ୍ରମରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କୁ ପଛରେ ପକାଇ ଦେଇଛନ୍ତି | ବିଶ୍ୱକପରେ ରୋହିତଙ୍କ ଛକା ସଂଖ୍ୟା ଏବେ ୫୧କୁ ବୃଦ୍ଧି ପାଇଛି । ସେ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ଗେଲ୍ ବିଶ୍ୱକପରେ ମୋଟ ୪୯ଟି ଛକା ମାରିଥିଲେ ।

ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ରୋହିତ ଦଳକୁ ଧୂଆଁଧାର ଷ୍ଟାର୍ଟ ଦେଇଥିଲେ । ରୋହିତ ମାତ୍ର ୨୯ ବଲରେ ବିସ୍ଫୋରକ ୪୭ ରନ୍ କରିଥିଲେ। ତାଙ୍କ ଏହି ଇନିଂସରେ ସେ ୪ଟି ଛକା ଓ ସମାନ ସଂଖ୍ୟକ ଚୌକା ମାରିଥିଲେ ।

ବିଶ୍ୱକପ୍‌ରେ ସର୍ବାଧିକ ଛକା
ରୋହିତ ଶର୍ମା – ୫୧
କ୍ରିସ୍ ଗେଲ୍ – ୪୯
ଗ୍ଲେନ୍ ମ୍ୟାକ୍ସୱେଲ – ୪୩
ଏବି ଡି ଭିଲିୟର୍ସ – ୩୭
ଡେଭିଡ୍ ୱାର୍ଣ୍ଣର – ୩୭