୧୩ ବର୍ଷ ପରେ ଶେରଗଡ଼ ଥାନା ଓଆଇସି ମନୋରଞ୍ଜନ ମିଶ୍ର ହତ୍ୟା ମାମଲାର ରାୟ, ଅଭିଯୁକ୍ତ ସୁଶାନ୍ତ ବେହେରାକୁ ଆଜୀବନ ଜେଲ୍ | News Room Odisha

୧୩ ବର୍ଷ ପରେ ଶେରଗଡ଼ ଥାନା ଓଆଇସି ମନୋରଞ୍ଜନ ମିଶ୍ର ହତ୍ୟା ମାମଲାର ରାୟ, ଅଭିଯୁକ୍ତ ସୁଶାନ୍ତ ବେହେରାକୁ ଆଜୀବନ ଜେଲ୍

ବ୍ରହ୍ମପୁର – ୨୦୧୦ ମସିହାର ଚାଞ୍ଚଲ୍ୟକର ଶେରଗଡ଼ ଥାନା ଓଆଇସି ( ସବ୍ ଇନ୍ସପେକ୍ଟର ) ମନୋରଞ୍ଜନ ମିଶ୍ର ହତ୍ୟା ମାମଲାର ଅଭିଯୁକ୍ତ ସୁଶାନ୍ତ ବେହେରାକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଆସିକା ଅତିରିକ୍ତ ଦୌରାଜଜଙ୍କ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଦେଇଛନ୍ତି।

୨୦୧୦ ମସିହା ନଭେମ୍ବରରେ ତାରିଖରେ ତତ୍କାଳୀନ ଶେରଗଡ଼ ଥାନା ଓଆଇସି ମନୋରଞ୍ଜନ ମିଶ୍ରଙ୍କୁ ହତ୍ୟା କରାଯାଇଥିଲା। ୨୦୧୦ ନଭେମ୍ବର ୧୧ ତାରିଖ ରାତିରେ ଶେରଗଡ଼ ଫାଣ୍ଡିର ତତ୍କାଳୀନ ଭାରପ୍ରାପ୍ତ ଅଧିକାରୀ ମନୋରଞ୍ଜନ ମିଶ୍ରଙ୍କୁ ହତ୍ୟା କରାଯାଇଥିଲା। ଘଟଣା ଦିନ ରାତି ୧୧ଟାରେ ମନୋରଞ୍ଜନ ମିଶ୍ର ପାଟ୍ରୋଲିଂ ସାରି ବାଇକରେ ହିଞ୍ଜିଳିକାଟୁରେ ଥିବା ପରିବାର ପାଖକୁ ଯାଉଥିଲା ବେଳେ ବାଟରେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ବେଳେ ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା । ଏ ନେଇ ଶେରଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲା। ତିନି ଅଭିଯୁକ୍ତ ସୁନୀଲ ବେହେରା, ସମୀର ପଣ୍ଡା ଓ ସୁଶାନ୍ତ ବେହେରାଙ୍କୁ ଗିରଫ କରାଯାଇଥିଲା। ସୁଶାନ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ଏହି ମାମଲାରେ ୨୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ମନୋରଞ୍ଜନ ମିଶ୍ରଙ୍କ ପତ୍ନୀ ଓ ତତ୍କାଳୀନ ଶେରଗଡ଼ ଥାନା ଇନ୍ସପେକ୍ଟରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା।