ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସ୍କୁଲ କିରାଣୀ | News Room Odisha

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସ୍କୁଲ କିରାଣୀ

ଯାଜପୁର – ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ସ୍କୁଲ କିରାଣୀ । ଯାଜପୁର ଜିଲ୍ଲା ପୁରୁଷୋତ୍ତମପୁର ହାଇସ୍କୁଲର କିରାଣୀ ମହେଶ୍ୱର ସାମଲଙ୍କୁ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଛି । ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ରାୟଙ୍କ ପେନସନ କାଗଜ ପତ୍ର କାମ କରାଇଦେବା ପାଇଁ କିରାଣୀ ମହେଶ୍ୱର ତାଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ସଂପୃକ୍ତ ଶିକ୍ଷକ ଜଣାଇବା ପରେ କିରାଣିଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ଭିଜିଲାନ୍ସ । ଯୋଜନା ମୁତାବକ ଆଜି ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ କିରାଣି ମହେଶ୍ୱରଙ୍କୁ ୪ ହଜାର ଟଙ୍କା ଲାଞ୍ଚ ଦେବା ପାଇଁ ଯାଇଥିଲେ । ଲାଞ୍ଚ ଟଙ୍କା ନେବା ବେଳେ କିରାଣୀ ମହେଶ୍ୱରଙ୍କୁ ଧରିଥିଲା ଭିଜିଲାନ୍ସ ।