ସୁରେଶ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୂଆ ମୁଖ୍ୟ ପରାମର୍ଶଦାତା ନିଯୁକ୍ତ | News Room Odisha

ସୁରେଶ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୂଆ ମୁଖ୍ୟ ପରାମର୍ଶଦାତା ନିଯୁକ୍ତ

ଭୁବନେଶ୍ୱର – ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି । ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ଏହି ନୂଆ ନିଯୁକ୍ତି ସହ ତାଙ୍କୁ ଓଡ଼ିଶା ବିଦ୍ୟୁତ ନିୟାମକ କମିଶନ- ଓଇଆରସି ଅଧ୍ୟକ୍ଷ ପଦବୀରୁ ଅବ୍ୟାହତି ଦିଆଯାଇଛି।

ବରିଷ୍ଠ ଆଇଏଏସ୍ ଆର୍‌.ବାଲକ୍ରିଷ୍ଣନଙ୍କୁ ସିଏମ୍‌ଓ ମୁଖ୍ୟ ପରାମର୍ଶଦାତା ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି।
ସେ ସ୍ପେଶାଲ ଇନିସିଏଟିଭ୍‌ ମୁଖ୍ୟ ପରାମର୍ଶଦାତା ରହିବେ । ପଶ୍ଚିମ ଓଡିଶା ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ମଧ୍ୟ ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି।

ତାଙ୍କ ଅନୁରୋଧ କ୍ରମେ ସମସ୍ତ ପ୍ରମୁଖ ପରାମର୍ଶଦାତା ପଦବୀରୁ ଅବ୍ୟାହତି ଦିଆଯାଇଛି।