ଦିଗପହଣ୍ଡିରେ ଦୁର୍ଘଟଣା, ଅଜଣା ଗାଡ଼ି ପିଟିଦେବାରୁ ଜଣେ ମୃତ, ଜଣେ ଗୁରୁତର | News Room Odisha

ଦିଗପହଣ୍ଡିରେ ଦୁର୍ଘଟଣା, ଅଜଣା ଗାଡ଼ି ପିଟିଦେବାରୁ ଜଣେ ମୃତ, ଜଣେ ଗୁରୁତର

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି। ଦିଗପହଣ୍ଡି ମୁଖ୍ୟ ରାସ୍ତା ପାଟପୁର ଥାନା ଶ୍ରୀଚନ୍ଦନପୁର ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଦୁଇଜଣଙ୍କୁ ଧକ୍କା ଦେଇଥିଲା। ଗାଡ଼ି ଧକ୍କାରେ ପାଟପୁର ଥାନା ପି. ଜଗନ୍ନାଥପୁର ଗ୍ରାମର ୬୫ ବର୍ଷିୟ ଡାକ୍ତର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଶ୍ରୀଚନ୍ଦନପୁର ଗ୍ରାମର କୋରା ପାତ୍ର ନାମକ ଜଣେ ଯୁବକ ଆହତ ହୋଇଛନ୍ତି।

ଶ୍ରୀଚନ୍ଦନପୁର ଗାଁ ଛକ ନିକଟସ୍ଥ ରାସ୍ତାକଡ଼ରେ ଗାଧୋଉଥିବା ବେଳେ କୋରା ପାତ୍ରଙ୍କୁ ଏକ ଅଜଣା ଗାଡ଼ି ପ୍ରଥମେ ଧକ୍କା ଦେଇଥିଲା। ଏହାପରେ ଗାଡ଼ିଟି ମନ୍ଦିର ଯାଇ ଫେରୁଥିବା ଡ଼ାକ୍ତର ସ୍ୱାଇଁଙ୍କୁ ଧକ୍କା ଦେଇଥିଲା । ଡାକ୍ତର ସ୍ୱାଇଁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି ।