ବିଶ୍ୱକପ୍ ଫାଇନାଲ୍: ବିଜେତା ଦଳ ପାଇବ ୩୩ କୋଟି | News Room Odisha

ବିଶ୍ୱକପ୍ ଫାଇନାଲ୍: ବିଜେତା ଦଳ ପାଇବ ୩୩ କୋଟି

ଅହମ୍ମଦାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ୍ ଫାଇନାଲ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଏହାପରେ ବିଶ୍ବର ବୃହତମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟାଇଟଲ୍ ପାଇଁ ଦେଖିବାକୁ ମିଳିବ କଡ଼ା ଟକ୍କର। ଟୁର୍ଣ୍ଣାମେଣ୍ଟରେ ଏଯାବତ୍ ଅପରାଜେୟ ଥିବା ଭାରତ ୨୦୦୩ ଫାଇନାଲର ପ୍ରତିଶୋଧ ସହ ତୃତୀୟ ବିଶ୍ବକପ୍ ଟ୍ରଫି ଜିତିବା ଲକ୍ଷ୍ୟରେ ଥିବା ବେଳେ ଅଷ୍ଟ୍ରେଲିଆର ନଜର ରେକର୍ଡ ଷଷ୍ଠ ଟାଇଟଲ୍ ଉପରେ।

ବିଶ୍ୱକପର ଚାମ୍ପିୟନ୍ ଦଳ ଓ ରନର୍ସ ଅପ୍ ଟିମକୁ ମିଳିବ ବିପୁଳ ପୁରସ୍କାର ରାଶି । ବିଶ୍ୱକପ ବିଜେତା ଦଳ ୪୦ ଲକ୍ଷ ଡଲାର (ପ୍ରାୟ ୩୩.୧୭ କୋଟି) ପୁରସ୍କାର ପାଇବ । ରନର୍ସ ଅପ୍ ଦଳକୁ ଏହାର ଅଧା ଅର୍ଥାତ୍ ୨୦ ମିଲିୟନ୍ ଡଲାର୍ (ପ୍ରାୟ ୧୬.୫୮ କୋଟି) ମିଳିବ ।

କେବଳ ଚାମ୍ପିୟନ୍ ଓ ରନର୍ସ ଅପ୍ ନୁହେଁ, ଏହି ମେଗା ଟୁର୍ଣ୍ଣାମେଣ୍ଟର ଅଂଶଗ୍ରହଣ କରିଥିବା ପ୍ରତି ଦଳ କିଛି ନା କିଛି ନଗଦ ପୁରସ୍କାର ପାଇବେ‌ । ସମସ୍ତ ୪୮ଟି ମ୍ୟାଚ୍ ପାଇଁ ପୁରସ୍କାର ଏବଂ ପ୍ରୋତ୍ସାହନ ରାଶିର‌ ବ୍ୟବସ୍ଥା ହୋଇଛି।

ସେମିଫାଇନାଲରେ ପରାଜିତ ହେଇଥିବା ଦୁଇ ଦଳ (ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକା) ୮ ଲକ୍ଷ ଡଲାର (ପ୍ରାୟ ୬.୬୩ କୋଟି ଟଙ୍କା) ପାଇବେ।

ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିବାରେ ବିଫଳ ହୋଇଥିବା ଦଳଗୁଡିକୁ ଏକ ଲକ୍ଷ ଡଲାର୍ (ପ୍ରାୟ ୮୨ ଲକ୍ଷ ଟଙ୍କା) ଲେଖାଏଁ ପୁରସ୍କାର ରାଶି ମିଳିବ | ଗ୍ରୁପ୍ ପର୍ଯ୍ୟାୟ ବିଜେତା ଦଳଙ୍କୁ ୪୦,୦୦୦ ଡଲାର (ପ୍ରାୟ ୩୩.୧୭ ଲକ୍ଷ ଟଙ୍କା) ପୁରସ୍କାର ଦିଆଯିବ |

ଏହି ଟୁର୍ଣ୍ଣାମେଣ୍ଟରେ ପାଇଁ ମୋଟ ପୁରସ୍କାର ଏକ କୋଟି ଡଲାର (ପ୍ରାୟ ୮୨.୯୩ କୋଟି ଟଙ୍କା) ରଖାଯାଇଛି ।