ଆଉ ପାଦେ ଆଗେଇଲା ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ପ୍ରକଳ୍ପ: କେନ୍ଦ୍ରରୁ ମିଳିଲା ପରିବେଶ ମଂଜୁରୀ | News Room Odisha

ଆଉ ପାଦେ ଆଗେଇଲା ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ପ୍ରକଳ୍ପ: କେନ୍ଦ୍ରରୁ ମିଳିଲା ପରିବେଶ ମଂଜୁରୀ

ଭୁବନେଶ୍ୱର – ପୁରୀରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟରୁ ପରିବେଶ ମଂଜୁରୀ ମିଳିଛି। ପରିବେଶ ମଂଜୁରୀ ପରେ ବିମାନବନ୍ଦର ନିର୍ମାଣ ପାଇଁ ୨୭.୮୫ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ପଦକ୍ଷେପ ନେବେ ରାଜ୍ୟ ସରକାର। ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିମାନବନ୍ଦର ପ୍ରକଳ୍ପ ପାଇଁ ସାଇଟ୍ କ୍ଲିୟରାନସ ଅନୁମତି ପ୍ରଦାନ କରିଥିଲା । ଏହି ଆନ୍ତର୍ଜାତିକ ବିମାନବନ୍ଦର ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ୧୧୬୪ ଏକର ଜମି ମଧ୍ୟରୁ ୬୮.୮୧ ଏକର ହେଉଛି ଜଙ୍ଗଲ ଜମି ଓ ୨୨୧.୮୯ ଏକର ହେଉଛି ଘରୋଇ ଜମି । ପୁରୀ ଜିଲ୍ଲା ପ୍ରଶାସନ ଉପଯୁକ୍ତ କ୍ଷତିପୂରଣ ଦେଇ ଜମି ଅଧିଗ୍ରହଣ କରୁଥିବା ବେଳେ ଏ ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ଆସନ୍ତା ଜାନୁଆରୀ ୩ ତାରିଖ ସୁଦ୍ଧା ଜଣାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ପୁରୀ ଭଳି ଏକ ବିଶ୍ୱବିଖ୍ୟାତ ସହରରେ ଆନ୍ତର୍ଜାତିକ ବିମାନବନ୍ଦର ନିର୍ମାଣ ଲାଗି ୫ ହଜାର ୬୩୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।