ଡାକ୍ତର ଜେପି ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ | News Room Odisha

ଡାକ୍ତର ଜେପି ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର – ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ପ୍ରଫେସର ଡକ୍ଟର ଜେପି ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସସିବି ମେଡିକାଲ କଲେଜର ହୃଦରୋଗ ବିଭାଗ ମୁଖ୍ୟ ଭାବେ ତାଙ୍କର ଯୁଗାନ୍ତକାରୀ ଅବଦାନ ରହିବା ସହ ଅନେକ ଜୀବନ ସେ ରକ୍ଷା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଡାକ୍ତର ଦାସଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।