ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ | News Room Odisha

ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ

ଭୁବନେଶ୍ୱର – ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହୋଇଛନ୍ତି ଶାସକ ବିଜେଡିର ବିଧାନସଭା ଉପବାଚସ୍ପତି ପ୍ରାର୍ଥୀ । ଆଜି ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶାସକ ଦଳର ସଂଖ୍ୟା ଦୃଷ୍ଟିରୁ ସାଲୁଗା ପ୍ରଧାନ ଉପବାଚସ୍ପତି ନିର୍ବାଚିତ ହେବା ନିଶ୍ଚିତ। ସାଲୁଗା ପ୍ରଧାନ ବିଧାନସଭାକୁ ଦୁଇ ଦୁଇ ଥର ନିର୍ବାଚିତ ହୋଇଛନ୍ତି। ବିଜେଡି ଟିକେଟରୁ ସେ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ଜି. ଉଦୟଗିରି ବିଧାନସଭା ଆସନରୁ ବିଜେଡି ଟିକେଟରେ ପ୍ରଥମେ ୨୦୦୦ ଓ ପରେ ୨୦୧୯ ମସିହାରେ ନିର୍ବାଚିତ ହୋଇଛନ୍ତି।ଏହି ମାସ ୮ ତାରିଖରେ ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ଉପବାଚସ୍ପତି ପଦ ଖାଲି ପଡ଼ିଛି।