ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ମୟୂରଭଞ୍ଜ ଜିଲ୍ଲାରେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ  | News Room Odisha

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ମୟୂରଭଞ୍ଜ ଜିଲ୍ଲାରେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ 

ଭୁବନେଶ୍ୱର – ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଜିଲ୍ଲାରେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି। ଆଜି ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ରାଷ୍ଟ୍ରପତି ବାରିପଦାରେ ପହଞ୍ଚିଥିଲେ । ରାଜ୍ୟପାଳ ରଘୁବର ଦାସ ସେଠାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ।

ସେଠାରୁ ସହିଦ ସ୍ମୃତି ଭବନ ଯାଇ ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ମୁର୍ମୁ। ପରେ ସେ କୁଳିଅଣାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଲୋକାର୍ପଣ କରିବେ । ଆସନ୍ତାକାଲି ରାଷ୍ଟ୍ରପତି ପାହାଡପୁରରେ ଏକ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟନ କରିବା ସହ ବାଦାମପାହାଡ଼ ରେଳ ଷ୍ଟେସନରୁ ତିନିଟି ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ। ଏଠାରୁ ରାଷ୍ଟ୍ରପତି ଟ୍ରେନରେ ରାଇରଙ୍ଗପୁର ଯାଏଁ ଯିବା କାର୍ଯ୍ୟକ୍ରମ ରହିଛି। ସେଠାରେ ରାଷ୍ଟ୍ରପତି ରାଇରଙ୍ଗପୁର ଡାକ ଡିଭିଜନ ଉଦଘାଟନ କରିବେ । ପରେ ସେ ସମ୍ବଲପୁର ଯାଇ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।