ବାଣେଶ୍ୱର ଜଙ୍ଗଲରେ ଗୁଳିବିନିମୟ, ଏସଓଜି ଓ ଡିଭିଏଫର ମିଳିତ ଅପରେସନ ଜାରି, ବହୁ ସାମଗ୍ରୀ ଜବତ | News Room Odisha

ବାଣେଶ୍ୱର ଜଙ୍ଗଲରେ ଗୁଳିବିନିମୟ, ଏସଓଜି ଓ ଡିଭିଏଫର ମିଳିତ ଅପରେସନ ଜାରି, ବହୁ ସାମଗ୍ରୀ ଜବତ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଶଗଡା ଫାଣ୍ଡି ଅନ୍ତର୍ଗତ ବାଣେଶ୍ୱର୍ ଜଙ୍ଗଲରେ ୩୫ରୁ ୪୦ ନକ୍ସଲ ଥିବା ସୂଚନା ମିଳିଛି । ବୌଦ୍ଧ ପୋଲିସ ଏସଓଜି ଓ ଡିଭିଏଫ ର ମିଳିତ ଅପରେସନ ଜାରି ରହିଛି ।ମାଓବାଦୀଙ୍କ ସହିତ ୫୦ ମିନିଟ୍ ଧରି ଗୁଳିବିନିମୟ ଚାଲିଥିଲା । କମ୍ବିଂରେ ବହୁ ମାଓ ସାମଗ୍ରୀ ଜବତ ହୋଇଛି ।ଡିଟୋନେଟର, ବ୍ୟାଟେରୀ, ବିଦ୍ୟୁତ ତାର, ଔଷଧ ଜବତ ହୋଇଛି । ୬ ଜଣ ମହିଳା ନକ୍ସଲଙ୍କ ବସ୍ତ୍ର ଜବତ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସପି ରାଜ୍ ପ୍ରସାଦ ସୂଚନା ଦେଇଛନ୍ତି ।