ଭୁବନେଶ୍ୱର ଯିବା ପାଇଁ ବସ୍ ଅପେକ୍ଷାରେ ଥିଲେ, ଚଢ଼ିଗଲା କାର୍ | News Room Odisha

ଭୁବନେଶ୍ୱର ଯିବା ପାଇଁ ବସ୍ ଅପେକ୍ଷାରେ ଥିଲେ, ଚଢ଼ିଗଲା କାର୍

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାରେ ପୁଣି ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଯାଇଛି ଦୁଇଜଣଙ୍କ ଜୀବନ । ଆସିକା ଥାନା ପାଟପୁର ପୋଡ଼ାମାରି ମୁଖ୍ୟ ରାସ୍ତାରେ ଦୁର୍ଘଟଣା ଘଟିଛି । ବସ୍ ଷ୍ଟପରେ ଭୁବନେଶ୍ବର ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିବା ବେଳେ କାର୍ ମାଡିଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ପାଟପୁର ଥାନା ପୋଲିସର ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।