ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି | News Room Odisha

ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି

ଭୁବନେଶ୍ୱର -ରାଜ୍ୟରେ ସଡ଼କ ଦୁର୍ଘଟଣା ଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ପାଞ୍ଚ ବର୍ଷର ରେକର୍ଡ ଭାଙ୍ଗିଛି ଗତବର୍ଷର ଦୁର୍ଘଟଣା ସଂଖ୍ୟା । ମୋଟ ୧୧ ହଜାର ୬୬୩ଟି ସଡକ ଦୁର୍ଘଟଣାରେ ୫ ହଜାର ୪୬୭ ଜଣ ପ୍ରାଣ ହରାଇଥିବା ବେଳେ ୧୦ ହଜାର ୩୨ ଜଣ ଆହତ ହୋଇଛନ୍ତି ।

ଗତ ୫ ବର୍ଷରେ ମୋଟ ୫୪,୭୯୦ଟି ସଡ଼କ ଦୁର୍ଘଟଣା ହୋଇଛି। ଏହି ୫ ବର୍ଷରେ ୨୫ ହଜାର ୯୩୪ ଜଣ ପ୍ରାଣ ହରାଇଥିବା ବେଳେ ୫୧, ୮୭୩ ଜଣ ଆହତ ହୋଇଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ ।
ସଡ଼କ ସଚେତନତା ବାବଦକୁ ଗତ ୫ ବର୍ଷରେ ରାଜ୍ୟ ସରକାର ୭୯ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।