ରାଜ୍ୟର ୪୦ ହଜାରରୁ ଅଧିକ ଶ୍ରମିକ କାମ ପାଇଁ ବାହାରକୁ ଯାଇଛନ୍ତି  | News Room Odisha

ରାଜ୍ୟର ୪୦ ହଜାରରୁ ଅଧିକ ଶ୍ରମିକ କାମ ପାଇଁ ବାହାରକୁ ଯାଇଛନ୍ତି 

ଭୁବନେଶ୍ୱର – ରାଜ୍ୟରେ ଦାଦନ ଶ୍ରମିକଙ୍କ ସଂଖ୍ୟା ୪୦ ହଜାର ୮୮ ବୋଲି ବିଧାନସଭାରେ ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ରଖାଯାଇଛି। ବିଧାନସଭାରେ ଉତ୍ତର ରଖି ଏହି ତଥ୍ୟ ପ୍ରଦାନ କରିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ । ରାଜ୍ୟରୁ ୪୦ ହଜାର ୮୮ ଜଣ ଶ୍ରମିକ ଅନ୍ୟ ରାଜ୍ୟରେ କାମ କରିବାକୁ ଯାଉଛନ୍ତି। ତଥ୍ୟ ଅନୁସାରେ ଲାଇସେନ୍ସ ପ୍ରାପ୍ତ ୬୨୬ ଜଣ ଠିକାଦାର ଜରିଆରେ ଏହି ଶ୍ରମିକମାନେ ବାହାରକୁ ଯାଇଛନ୍ତି।

ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ ୨୬ ହଜାର ୧୫୧ ଦାଦନ ରାଜ୍ୟ ବାହାରକୁ ଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୧ ହଜାର ୪୬୭ ଜଣ ଦାଦନ ବାହାର ରାଜ୍ୟକୁ ଯାଇଛନ୍ତି । ନୂଆପଡା ଜିଲ୍ଲାରୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ସଂଖ୍ୟା ୮ ହଜାର ୨୦୫ ବୋଲି ମନ୍ତ୍ରୀ ତଥ୍ୟ ଦେଇଛନ୍ତି। କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ।