ରାଜ୍ୟର ପ୍ରଥମ କିନ୍ନର ଭାବେ ପିଏଚଡି ଡିଗ୍ରୀ ହାସଲ କରିଥିବା ଦୀପା ପାଇବେ ରାଷ୍ଟ୍ରପତି ପୁରସ୍କାର  | News Room Odisha

ରାଜ୍ୟର ପ୍ରଥମ କିନ୍ନର ଭାବେ ପିଏଚଡି ଡିଗ୍ରୀ ହାସଲ କରିଥିବା ଦୀପା ପାଇବେ ରାଷ୍ଟ୍ରପତି ପୁରସ୍କାର 

ନୂଆଦିଲ୍ଲୀ – ରାଜ୍ୟର ପ୍ରଥମ କିନ୍ନର ଭାବେ ପିଏଚଡି ଡିଗ୍ରୀ ହାସଲ କରିଥିବା ଦୀପା ସାହୁଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର। ଏ ସଂପର୍କରେ ରାଷ୍ଟ୍ରପତି ଭବନ ତରଫରୁ ଦୀପାଙ୍କୁ ଅବଗତ କରାଯାଇଛି। ଆସନ୍ତାମାସ ୩୦ ତାରିଖରେ ଦୀପାଙ୍କୁ ପୁରସ୍କୃତ କରାଯିବ । କଟକର ଦୀପା ସାହୁ ପୁଅ ଭାବେ ଜନ୍ମିଥିଲେ । ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଝିଅ ଭଳି ବ୍ୟବହାର କରିବା ଆରମ୍ଭ କରିଥିଲେ ଦୀପା। ଝିଅଙ୍କ ଭଳି ପୋଷାକପତ୍ର ବି ପିନ୍ଧିବା ଆରମ୍ଭ କଲେ । ଏହି ବ୍ୟବହାରିକ ପରିବର୍ତ୍ତନ ଯୋଗୁ ପରିବାର ଲୋକଙ୍କ ଦ୍ୱାରା ଉପେକ୍ଷିତ ହୋଇଥିଲେ ଦୀପା । ସମାଜରେ ତାତ୍ସଲ୍ୟର ପାତ୍ର ହୋଇଥିଲେ। କିନ୍ତୁ ଏହାକୁ ଆଦୌ ଭ୍ରୁକ୍ଷେପ ନ କରି ସେ ଆଗେଇ ଚାଲିଥିଲେ। ଅନେକ ସଂଘର୍ଷ ଓ ସାଧନା କରି ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି।

ଆଜିକୁ ୮ ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ଦୀପା ନିଜର କହିବା ଶକ୍ତି ହରାଇ ବସିଲେ । ଗଳାରେ ଅସ୍ତ୍ରୋପଚାର ପରେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ଏହା ସତ୍ତ୍ବେ ନିଜର କଠୋର ପରିଶ୍ରମବଳରେ ଆଜି ନିଜକୁ ପ୍ରତିଷ୍ଠିତ କରି ଅନ୍ୟ କିନ୍ନରମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିିଛନ୍ତି।