ନବରଙ୍ଗପୁର ରାଇଘର ଅଞ୍ଚଳରେ ଚାଞ୍ଚଲ୍ୟ : ଯୁବତୀଙ୍କୁ ହତ୍ୟା କରି ୩୧ ଖଣ୍ଡ କରି କାଟି ପୋତିଲେ ଦମ୍ପତ୍ତି  | News Room Odisha

ନବରଙ୍ଗପୁର ରାଇଘର ଅଞ୍ଚଳରେ ଚାଞ୍ଚଲ୍ୟ : ଯୁବତୀଙ୍କୁ ହତ୍ୟା କରି ୩୧ ଖଣ୍ଡ କରି କାଟି ପୋତିଲେ ଦମ୍ପତ୍ତି 

ରାଇଘର – ଜଣେ ଯୁବତୀଙ୍କୁ ହତ୍ୟା ଓ ଶରୀରକୁ ଖଣ୍ଡ ଖଣ୍ଡ କରି ପୋତି ଦେବା ଘଟଣା ସାମ୍ନାକୁ ଆସିଛି । ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଏପରି ଭାବରେ ଏକ ନରକୀୟ କାଣ୍ଡ ସଂଘଟିତ ହୋଇଛି । ସଂପୃକ୍ତ ଯୁବତୀଙ୍କୁ ଜଣେ ଦମ୍ପତିଙ୍କ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଜଣାପଡୁଛି । ଅଭିଯୁକ୍ତ ସ୍ବାମୀ ଓ ସ୍ତ୍ରୀ ମମଧ୍ୟରାତ୍ରିରେ ଯୁବତୀଙ୍କୁ ହତ୍ୟା ପରେ ୩୧ ଖଣ୍ଡ କରି ଜଙ୍ଗଲରେ ମାଟି ଖୋଳି ପୋତିଦେଇଥିବା ଅଭିଯୋଗ ହୋଇଛି। ମୃତ ଯୁବତୀ ଜଣକ ହେଲେ ୨୧ ବର୍ଷିୟା ତିଲାବାଈ ଗଣ୍ଡ ।

ପୋଲିସ ତଦନ୍ତରୁ ଜଣାପଡିଛି ଯେ, ରାଇଘର ଥାନା ବାଘବେଡ଼ା ଗ୍ରାମର ଲୁଦୁରାମ ଗଣ୍ଡଙ୍କ ଝିଅ ତିଲାବାଈ ୨ ବର୍ଷ ହେଲା ମୁରୁମଡ଼ିହି ଗ୍ରାମର ଚନ୍ଦ୍ର ରାଉତ ନାମକ ଜଣେ ବିବାହିତ ଯୁବକଙ୍କୁ ଭଲ ପାଉଥିଲେ। ସ୍ତ୍ରୀ ଅଧିକାର ପାଇବା ପାଇଁ ଗତ ବୁଧବାର ଦିନ ତିଲାବାଈ ଘରଠାରୁ ପ୍ରାୟ ୧୦ କିଲୋମିଟର ଦୂର ପ୍ରେମିକ ଚନ୍ଦ୍ର ରାଉତଙ୍କ ଘରେ ପହଞ୍ଚିଥିଲେ। ସେ ବିବାହିତ ଯୁବକ ତଥା ପ୍ରେମିକ ଚନ୍ଦ୍ରଙ୍କୁ ସେ ସ୍ତ୍ରୀ ର ଅଧିକାର ମାଗିଥିଲେ।

ପୋଲିସ କହିବା ଅନୁସାରେ ତିଲାବାଈଙ୍କୁ ଚନ୍ଦ୍ର ଓ ତା’ର ସ୍ତ୍ରୀ ପ୍ରଥମେ ହତ୍ୟା କରିଥିଲେ। ଏହା ପରେ ତିଲାବାଈଙ୍କ ମର ଶରୀରକୁ ସୋଲରେ ପ୍ରସ୍ତୁତ ଟୋକେଇରେ ଭର୍ତ୍ତି କରି ଘରଠାରୁ ୩୦୦ ମିଟର ଦୂରରେ ଥିବା ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ଏକ ତେନ୍ତୁଳି ଗଛ ମୂଳରେ ମୃତଦେହକୁ ରଖି ୩୧ ଖଣ୍ଡ କରି ଏକଗାତରେ ପୋତି ଦେଇଥିଲେ ।

ଆଜି ସକାଳେ ମୁରୁମଡିହି ଗାଁର ଜଣେ ଯୁବକ ଜଙ୍ଗଲକୁ ଯାଇଥିବା ବେଳେ ତେନ୍ତୁଳି ଗଛ ମୂଳେ ରକ୍ତଛିଡ଼ା ପଡ଼ିଥିବା ଦେଖି ଗାଁର ଲୋକଙ୍କୁ ଜଣାଇଥିଲେ । ଗାଁ ଲୋକେ ଘଟଣାସ୍ଥଳକୁ ଯାଇ ମୃତହେଦର କିଛି ଅଂଶ ଏକ ଗାତରେ ପଡ଼ିଥିବା ଜାଣିପାରିଥିଲେ। ଏନେଇ ଚାରିଆଡେ ଖବର ପ୍ରଚାର ହୋଇଥିଲା। ଏ ସମ୍ପର୍କରେ ମୃତ ଯୁବତୀ ତିଲାବାଈଙ୍କ ବାପା ଲୁଦୁରାମ ଗଣ୍ଡ ସୂଚନା ପାଇଥିଲେ । ଲୁଦୁରାମଙ୍କ ଏତଲା କ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତହେଦ ଜବତ କରିଥିଲା । ଅଭିଯୁକ୍ତ ସ୍ବାମୀ ଓ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।