ଆଜି ଆସୁଛନ୍ତି ରାଷ୍ଟ୍ରପତି  | News Room Odisha

ଆଜି ଆସୁଛନ୍ତି ରାଷ୍ଟ୍ରପତି 

ଭୁବନେଶ୍ୱର – କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଆସନ୍ତାକାଲି ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସଂଧ୍ୟାରେ ସେ ଓଡ଼ିଶା ଆସିବେ । ଆଜି ସଂଧ୍ୟା ୬ଟାରେ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିବେ । ବିମାନବନ୍ଦରରୁ ରାଜଭବନ ଯାଇ ସେଠାରେ ରାତ୍ରୀଯାପନ କରିବେ । ଆସନ୍ତାକାଲି ସେ ପାରାଦୀପ ଯାଇ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜନ କରାଯାଉଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ । ଏହାଛଡା ଆଭାସୀ ଜରିଆରେ ରାଷ୍ଟ୍ରପତି ମଲ୍ଟି ମଡେଲ ଲଜିଷ୍ଟିକ୍ସ ପାର୍କ ଉଦଘାଟନ କରିବେ । ପୋର୍ଟ ଟାଉନସିପ୍ ପାଇଁ ଏକ ନୂଆ ଜଳଭଣ୍ଡାର ଓ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିମନ୍ତେ ଶିଳାନ୍ୟାସ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।