ଧାନ ମଣ୍ଡିରେ ଅବ୍ୟବସ୍ଥା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ସମବାୟ ମନ୍ତ୍ରୀ | News Room Odisha

ଧାନ ମଣ୍ଡିରେ ଅବ୍ୟବସ୍ଥା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ସମବାୟ ମନ୍ତ୍ରୀ

ଭୁବନେଶ୍ବର – ଏଥର ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ଯଦି କୌଣସି ଅଭିଯୋଗ ଆସେ, ତାହା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ଗତବର୍ଷ କୌଣସି ମଣ୍ଡିରେ କିଛି ଅବ୍ୟବସ୍ଥା ନଥିଲା। ଏ ବର୍ଷ ଗତ ୨୧ ତାରିଖରୁ ମଣ୍ଡିରେ ଧାନକିଣା ଆରମ୍ଭ ହୋଇଛି। ଧାନ ବିକ୍ରି ପରେ ୪୮ ଘଣ୍ଟା ଭିତରେ ଚାଷୀ କିଭଳି ଟଙ୍କା ପାଇବେ ସେ ବ୍ୟବସ୍ଥା କରାଯାଇଛି । ସେଣ୍ଟ୍ରାଲ ସ୍କ୍ବାଡ୍ ମଣ୍ଡି ବୁଲି ଯାଞ୍ଚ କରିବେ। ଏଥିପାଇଁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଅବ୍ୟବସ୍ଥା ଅଭିଯୋଗ ଆସିଲେ ସ୍କ୍ବାଡ୍ ତଦନ୍ତ କରିବ। ମଣ୍ଡି ଓ ଧାନ ସଂଗ୍ରହ କେନ୍ଦ୍ରରେ ସିସିଟିଭି ଲାଗିଛି। ଚାଷୀଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା ହୋଇଛି। ମିଲରମାନଙ୍କୁ ତାଗିଦ କରାଯାଇଛି ଯେ ବିଭାଗୀୟ ଅଧିକାରୀ ମଣ୍ଡିରେ ସମସ୍ୟା ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।