ଆଜି 'ଆମ ବ୍ୟାଙ୍କ' ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତରେ ମିଳିବ ବ୍ୟାଙ୍କିଂ ସୁବିଧା | News Room Odisha

ଆଜି ‘ଆମ ବ୍ୟାଙ୍କ’ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତରେ ମିଳିବ ବ୍ୟାଙ୍କିଂ ସୁବିଧା

ଭୁବନେଶ୍ୱର – ବ୍ୟାଙ୍କିଂ ସୁବିଧା ନଥିବା ରାଜ୍ୟର ଗ୍ରାମପଞ୍ଚାୟତ ଗୁଡିକ ପାଇଁ ରାଜ୍ୟ ସରକାରଙ୍କ ‘ଆମ ବ୍ୟାଙ୍କ’ ଯୋଜନା କାର୍ଯ୍ୟକାରୀ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବ୍ୟାଙ୍କ’ ଯୋଜନାର ଉଦଘାଟନ କରିବେ । ଏହି ଯୋଜନାରେ ବ୍ୟାଙ୍କିଂ ସୁବିଧା ନଥିବା ରାଜ୍ୟର ୪ ହଜାର ୩୭୩ ଗ୍ରାମ ପଞ୍ଚାୟତରେ ଖୋଲାଯିବ ସିଏସପି ପ୍ଲସ୍ ବ୍ୟାଙ୍କିଂ ଆଉଟଲେଟ୍ । ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କ – ଏସବିଆଇ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହଯୋଗରେ ଖୋଲିବ ସିଏସପି ପ୍ଲସ୍ ଆଉଟଲେଟ୍ । ଏ ବର୍ଷ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସିଏସପି ପ୍ଲସ୍ ବ୍ୟାଙ୍କିଂ ଶାଖା ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ଏସବୁ ଆଉଟଲେଟ୍ ଜରିଆରେ ୧୫ଟି ବ୍ୟାଙ୍କିଂ ସେବା ଯୋଗାଇ ଦିଆଯିବ। ବୃଦ୍ଧ, ଗର୍ଭବତୀ ଓ ଭିନ୍ନକ୍ଷମଙ୍କ ପାଇଁ ଡୋରଷ୍ଟେପ୍ ସେବା ଯୋଗାଇ ଦିଆଯିବ।