ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା, ସ୍ଥିତି ଉପରେ ପାଣିପାଗ ବିଭାଗର ନଜର | News Room Odisha

ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା, ସ୍ଥିତି ଉପରେ ପାଣିପାଗ ବିଭାଗର ନଜର

ଭୁବନେଶ୍ୱର – ବଙ୍ଗୋପ ସାଗରରେ ବାତ୍ୟା ଆଶଙ୍କା ଦେଖାଦେଇଛି । ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଅବପାତର ରୂପ ନେଇପାରେ ।
ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଥିବା ବେଳେ ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ, ଅବପାତ ସୃଷ୍ଟି ହେଲା ପରେ ହିଁ ବାତ୍ୟାର ରୂପରେଖ କ’ଣ ରହିବ ତାହା ସ୍ପଷ୍ଟ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ଓଡ଼ିଶା ପ୍ରତି ବାତ୍ୟା ସୂଚନା ନାହିଁ। ତେବେ,ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଇଛନ୍ତି ଏସଆରସି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି।