ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକ | News Room Odisha

ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକ

ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମଚାରୀ। ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରାପଲ୍ଲୀ ତହସିଲ ତସଲାଡିହିର ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଲିଲି ଚୌଧୁରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଜମି କନଭର୍ସନ ମାମଲାରେ ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ ଲିଲି ଚୌଧୁରୀ। ସଂପୃକ୍ତ ବ୍ୟକ୍ତି ଜଣକ ଏ ନେଇ ଭିଜିଲାନ୍ସରେ ଫେରାଦ ହେବାରୁ ଆରଆଇଙ୍କୁ ଧରିବାକୁ ଜାଲ ବିଛାଇଥିଲା ଭିଜିଲାନ୍ସ। ଆରଆଇ ଲିଲି ଚୌଧୁରୀଙ୍କଠାରୁ ପୁରା ଲାଞ୍ଚ ଟଙ୍କା ଜବତ କରାଯାଇଥିବା ବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଗୋଟିଏ ଦୁଇଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ।