ଓଡ଼ିଆ ଝିଅ ମନୀଷା ଦେଶର ପ୍ରଥମ ମହିଳା ଏଡିସି | News Room Odisha

ଓଡ଼ିଆ ଝିଅ ମନୀଷା ଦେଶର ପ୍ରଥମ ମହିଳା ଏଡିସି

ଆଇଜଲ – ଦେଶର ପ୍ରଥମ ମହିଳା ଏଇଡ୍ ଡି’ କ୍ୟାମ୍ପ -ଏଡିସି ଭାବେ ଓଡ଼ିଆ ଝିଅ ମନୀଷା ପାଢୀଙ୍କୁ ନିଯୁକ୍ତ କରାଯାଇଛି। ମିଜୋରାମ ରାଜ୍ୟପାଳ ଡ.ହରିବାବୁ କାମଭାମପତିଙ୍କର ଏଡିସି ଭାବେ ମନୀଷାଙ୍କୁ ନିଯୁକ୍ତି ମିଳିଛି।

ମନୀଷା ହେଉଛନ୍ତି ଗଞ୍ଜାମ ବ୍ରହ୍ମପୁରର ବାସିନ୍ଦା। ତାଙ୍କର ମା’ବାପା ଭୁବନେଶ୍ବରରେ ରୁହନ୍ତି। ଭୁବନେଶ୍ବର ସିଭି ରମଣ କଲେଜ ଅଫ ଇଞ୍ଜିନିୟରିଂରୁ ଶିକ୍ଷାଲାଭ କରିଥିବା ମନୀଷା ୨୦୧୫ ବ୍ୟାଚର ଭାରତୀୟ ବାୟୁସେନା ଅଫିସର। ଏଡିସି ନିଯୁକ୍ତି ହେବାପରେ ମନୀଷାଙ୍କୁ ରାଜଭବନର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହିତ ପରିଚୟ କରାଯାଇଥିଲା।