ଆୟରୁ ଅଧିକ ସମ୍ପତ୍ତି ଅଭିଯୋଗରେ ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ | News Room Odisha

ଆୟରୁ ଅଧିକ ସମ୍ପତ୍ତି ଅଭିଯୋଗରେ ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅବସରପ୍ରାପ୍ତ ରେଞ୍ଜର ଜଗବନ୍ଧୁ ପାଢୀ ।

ଜଗବନ୍ଧୁଙ୍କ ଆସିକାରେ ଥିବା ନିଜ ବାସଭବନ ସମେତ ବସଷ୍ଟାଣ୍ଡରେ ଥିବା ମାର୍କେଟ କମ୍ପ୍ଲେସ, ଭଞ୍ଜ ନଗରରେ ଥିବା ଶ୍ୱଶୁର ଘର, ଭୁବନେଶ୍ୱରରେ ଥିବା ଘର ଏବଂ ଅଫିସରେ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଇଛି। ଜଣେ ଡିଏସପିଙ୍କ ନେତୃତ୍ୱରେ ଭିଜିଲାନ୍ସର ପାଞ୍ଚ ଜଣିଆ ଟିମ୍ ଚଢ଼ାଉରେ ସାମିଲ ଅଛନ୍ତି।

ଜଗବନ୍ଧୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଛି। ୮ବର୍ଷ ତଳେ ଜଗବନ୍ଧୁ ଚାକିରିରୁ ଅବସର ନେଇଥିଲେ।