ଆନନ୍ଦପୁର ନିକଟରେ ଟ୍ରକକୁ ପଛରୁ ପିଟିଲା ଭ୍ୟାନ : ୭ ମୃତ , ୮ ଆହତ  | News Room Odisha

ଆନନ୍ଦପୁର ନିକଟରେ ଟ୍ରକକୁ ପଛରୁ ପିଟିଲା ଭ୍ୟାନ : ୭ ମୃତ , ୮ ଆହତ 

ଆନନ୍ଦପୁର – ସକାଳୁ ସକାଳୁ ବଡ଼ ଧରଣର ସଡ଼କ ଦୁର୍ଘଟଣା। ୭ ଜଣଙ୍କର ମୃତ୍ୟୁ। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏକ ଭ୍ୟାନ ଟ୍ରକର ପଛରେ ପିଟି ହେବା ଫଳରେ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଗାଁ ତାରିଣୀ ଦର୍ଶନ ପାଇଁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ପାଟପୁର ଥାନା ପୋଡାମାରି ଗାଁରୁ ୨୦ ଜଣ ତାରିଣୀ ଦର୍ଶନ ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୨୦ ବାଲିଯୋଡ଼ି ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତାରିଣୀ ମନ୍ଦିର ଠାରୁ ମାତ୍ର ୩ କିଲୋମିଟର ପୂର୍ବରୁ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ପରେ ଭ୍ୟାନ ଡ୍ରାଇଭର ଫେରାର ହୋଇଯାଇଛି । ଦୁର୍ଘଟଣାରେ ଆହତମାନଙ୍କୁ ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାରିଣୀ ମନ୍ଦିରଠାରୁ ମାତ୍ର ୩ କିଲୋମିଟର ପୂର୍ବରୁ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ପରେ ଭ୍ୟାନ ଡ୍ରାଇଭର ଫେରାର ହୋଇଯାଇଛି ।