ପର୍ଯ୍ୟଟକମାନଙ୍କ ପାଇଁ ପ୍ରସ୍ତୁତ: ଗଞ୍ଜାମ ସୁନାପୁର ବେଳାଭୂମି ଇକୋ ରିଟ୍ରିଟ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ | News Room Odisha

ପର୍ଯ୍ୟଟକମାନଙ୍କ ପାଇଁ ପ୍ରସ୍ତୁତ: ଗଞ୍ଜାମ ସୁନାପୁର ବେଳାଭୂମି ଇକୋ ରିଟ୍ରିଟ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ବ୍ରହ୍ମପୁର – ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ । ଶୀତ ଋତୁରେ ଭ୍ରମଣ ପାଇଁ ରାଜ୍ୟରେ ପର୍ଯ୍ୟଟକମାନଙ୍କ ପାଇଁ ରହିଛି ଅନେକ ଆକର୍ଷଣୀୟ ସ୍ଥାନ । ଆରମ୍ଭ ହୋଇଗଲାଣି ପର୍ଯ୍ୟଟକମାନଙ୍କ ଭିଡ । କାହାକୁ ହିଲ୍ ଷ୍ଟେସନ ପ୍ରିୟ ତ । ଆଉ କାହାକୁ ବେଳାଭୂମି ରିସୋର୍ଟ। ଓଡ଼ିଶାରେ ଏଭଳି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀର ଅଭାବ ନାହିଁ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପର୍ଯ୍ୟଟକଙ୍କ ପାଇଁ ମନଲୋଭା ବ୍ୟବସ୍ଥା କରିଛି । ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ବିଭିନ୍ନ ସ୍ଥାନରେ ଇକୋ ରିଟ୍ରିଟ୍ ବ୍ୟବସ୍ଥା କରାଯାଇଛି। ଆଜି ଗଞ୍ଜାମ ଜିଲ୍ଲାର ମନୋରମ ସୁନାପୁର ବେଳାଭୂମି ଇକୋ ରିଟ୍ରିଟକୁ ଆଭାସୀ ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ।

ଏହି ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କୀର୍ତ୍ତି ଭାସନ, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ପ୍ରମୁଖଙ୍କ ସମେତ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ମନମୁଗ୍ଧକର ସୁନାପୁର ବେଳାଭୂମିର ଇକୋ ରିଟ୍ରିଟ୍ ପର୍ଯ୍ୟଟକମାନଙ୍କୁ ବିଭୋର କରିବା ନିଶ୍ଚିତ। ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସାଂସ୍କୃତିକ ବୈଭବ ଏଠାକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ।