କ୍ୟାବିନେଟ ବୈଠକରେ ୮ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ : ଗୋପାଳପୁର ଶିଳ୍ପ କରିଡରକୁ ମଞ୍ଜୁରୀ  | News Room Odisha

କ୍ୟାବିନେଟ ବୈଠକରେ ୮ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ : ଗୋପାଳପୁର ଶିଳ୍ପ କରିଡରକୁ ମଞ୍ଜୁରୀ 

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ୮ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଣିକି ରାଜ୍ୟର ନିମ୍ନ ଅଦାଲତଗୁଡିକରେ ପ୍ରଚଳିତ ଥିବା ସେରିସ୍ତାଦାର ପଦବୀକୁ ମୁଖ୍ୟ ପ୍ରଶାସନିକ ଅଧିକାରୀ ବା ସିଏଓ ଭାବେ ନାମିତ କରାଯିବ । ସାଧାରଣ ଲୋକେ ସହଜରେ ବୁଝିବା ପାଇଁ ଏଭଳି ପରିବର୍ତ୍ତନ ସମ୍ପର୍କିତ ପ୍ରସ୍ତାବ କ୍ୟାବିନେଟରେ ଗୃହୀତ ହୋଇଛି।

ବୈଠକରେ ଯାନବାହନ କ୍ଷେତ୍ରରେ ଥିବା ଫାଇନ୍‌ର ଓଟିଏସ୍‌ ସ୍କିମ୍‌କୁ ମଂଜୁରୀ ମିଳିଛି। ଗୋପାଳପୁର ୟୁଟିଲିଟି କରିଡର ନିର୍ମାଣ ପ୍ରସ୍ତାବ ଉପରେ ମଧ୍ୟ ମୋହର ମାରିଛି କ୍ୟାବିନେଟ। ଏଥିସହ ଚୌଦ୍ୱାରରେ ୱେଲସ୍ପନ୍‌ ଗ୍ରୁପ ସମନ୍ବିତ ପ୍ରକଳ୍ପ ସ୍ବତନ୍ତ୍ର ଅନୁଦାନ ଓ ଓଡ଼ିଶା କ୍ଷୁଦ୍ରଶିଳ୍ପ ନୀତି ଓ ଖାଦ୍ୟ ପ୍ରକ୍ରିୟାକରଣ ନୀତି ସଂଶୋଧନକୁ ମଧ୍ୟ ମଞ୍ଜୁରୀ ଦେଇଛି କ୍ୟାବିନେଟ।

ଜଟଣୀ ଓ ଭୁବନେଶ୍ୱର ତହସିଲରେ ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି ।