୨୦୨୪ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ବଣ୍ଟାଯିବ ନମୁନା ପ୍ରଶ୍ନପତ୍ର  | News Room Odisha

୨୦୨୪ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ବଣ୍ଟାଯିବ ନମୁନା ପ୍ରଶ୍ନପତ୍ର 

ଭୁବନେଶ୍ୱର – ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସହଜ ହେବ ବୋର୍ଡ ପରୀକ୍ଷା। ସମସ୍ତେ ଏଣିକି ଚାପମୁକ୍ତ ହୋଇ ପରୀକ୍ଷା ପାଇଁ ଭଲ ପ୍ରସ୍ତୁତି କରିପାରିବେ। ୨୦୨୪ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ନମୁନା ପ୍ରଶ୍ନପତ୍ର।

ଏହି ନମୁନା ପ୍ରଶ୍ନପତ୍ର ସବୁ ପରୀକ୍ଷାର୍ଥୀଙ୍କ ପାଇଁ ପଠାଯାଇଛି ।

ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କୁ ବାଣ୍ଟିବାକୁ ସମସ୍ତ ଡିଇଓଙ୍କୁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚିଠି ଲେଖାଯାଇଛି । ଖୁବଶୀଘ୍ର ନମୁନା ପ୍ରଶ୍ନପତ୍ର ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯିବ ।