ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ମିଗଜୋମ, ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି | News Room Odisha

ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ମିଗଜୋମ, ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି

ଭୁବନେଶ୍ୱର- ଆନ୍ଧ୍ର ପ୍ରଦେଶରେ ସ୍ଥଳଭାଗ ଛୁଇଁଲା ପରେ ବାତ୍ୟା ମିଜୋରାମ କ୍ରମଶଃ ଦୁର୍ବଳ ହୋଇପଡିଛି । ବର୍ତ୍ତମାନ ଏହା କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ମିଗଜୋମ୍। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।

ଆଗାମୀ ୨୪ ଘଣ୍ଟା ପାଇଁ ନୂଆପଡା, ନବରଙ୍ଗପୁର,କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ( ୭ ରୁ ୧୧ ସେମି) ସମ୍ଭାବନା ପାଇଁ ହଳଦିଆ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଆଜି ସକାଳୁ ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ବ୍ରହ୍ମପୁରରେ ଆଜି ସକାଳୁ ବର୍ଷା ଜାରି ରହିଛି। ଭୁବନେଶ୍ୱର ସମେତ ଅନ୍ୟ କିଛି ସହରରେ ଆଜି କୋହଲା ପାଗ ସହ ଝିପି ଝିପି ବର୍ଷା ହେଉଛି ।