ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା: କୋଲକାତା -କାମାକ୍ଷା ଗଲେ ୯୭୦ ତୀର୍ଥଯାତ୍ରୀ | News Room Odisha

ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା: କୋଲକାତା -କାମାକ୍ଷା ଗଲେ ୯୭୦ ତୀର୍ଥଯାତ୍ରୀ

ଭୁବନେଶ୍ୱର – ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ୯୭୦ ବରିଷ୍ଠ ନାଗରିକ ତୀର୍ଥରେ ବାହାରିଛନ୍ତି । ଏହି ତୀର୍ଥଯାତ୍ରୀମାନେ ସମ୍ବଲପୁର ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ କୋଲକାତା-କାମାକ୍ଷା ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାତ୍ରା ଶୁଭାରମ୍ଭ କରିବା ସହ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମ୍ବଲପୁର ଷ୍ଟେସନରୁ ୮ ଜିଲା- ସୁନ୍ଦରଗଡ, ବଲାଙ୍ଗୀର, ସୋନପୁର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ବରଗଡ, ଦେବଗଡ ଜିଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି। ଏହି ସମୟରେ ଷ୍ଟେସନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥିତ ଥିଲେ। ବରିଷ୍ଠ ନାଗରିକ କୋଲକାତା ଓ କାମାକ୍ଷା ପରିଦର୍ଶନରେ ଯିବେ ।