ଓଡ଼ିଶାର ଜନଜାତି ସମ୍ପ୍ରଦାୟର ବିକାଶ ପ୍ରସଙ୍ଗ ରାଜ୍ୟସଭାରେ ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର  | News Room Odisha

ଓଡ଼ିଶାର ଜନଜାତି ସମ୍ପ୍ରଦାୟର ବିକାଶ ପ୍ରସଙ୍ଗ ରାଜ୍ୟସଭାରେ ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର 

ନୂଆଦିଲ୍ଲୀ – ଓଡ଼ିଶାରେ ଜନଜାତି ଲୋକଙ୍କ ବିକାଶ ପ୍ରସଙ୍ଗ ରାଜ୍ୟସଭାରେ ଉଠାଇଛନ୍ତି ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର। ହୋ, ମୁଣ୍ଡାରୀ, ଭୂମିଜ, ସଉରା ଓ କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ ପାଇଁ ଦାବି କରିଛନ୍ତି। ଓଡ଼ିଶାର ୧୬୯ ସମ୍ପ୍ରଦାୟକୁ ଓଡ଼ିଶାର ଏସଟି ତାଲିକାରେ ସାମିଲ କରିବା ପାଇଁ ଆଜି ରାଜ୍ୟସଭାରେ ଦାବି କରିଥିଲେ ବିଜେଡି ସଦସ୍ୟ। କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ପ୍ରତ୍ୟାହାର ପାଇଁ ମଧ୍ୟ ଦାବି କରିଛନ୍ତି ସସ୍ମିତ ପାତ୍ର। ଉପରୋକ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଜଣାଇ ସାରିଛନ୍ତି ବୋଲି ସସ୍ମିତ ପାତ୍ର ଗୃହରେ କହିଥିଲେ ।