ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦେଲେ ଏସଆରସି , ଡିସେମ୍ବର ୧୨ ସୁଦ୍ଧା ରିପୋର୍ଟ | News Room Odisha

ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦେଲେ ଏସଆରସି , ଡିସେମ୍ବର ୧୨ ସୁଦ୍ଧା ରିପୋର୍ଟ

ଭୁବନେଶ୍ୱର – ବାତ୍ୟା ମିଗଜୋମ ପ୍ରଭାବରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ। ଓଡ଼ିଶାର ସବୁ ଜିଲ୍ଲାପାଳ, କୃଷି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମୁକାବିଲା ବିଭାଗଙ୍କୁ ଚିଠି ଲେଖି କ୍ଷୟକ୍ଷତି ଅନୁଧ୍ୟାନ ପାଇଁ କୁହାଯାଇଛି। ଡିସେମ୍ବର ୧୨ ସୁଦ୍ଧା ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ପୂର୍ବରୁ ବନ୍ୟାଜନିତ ଫସଲ କ୍ଷତି ଅଞ୍ଚଳକୁ ସର୍ଭେରୁ ବାଦ୍ ଦେବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି । କୋରାପୁଟ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି ।